କୋରାପୁଟ ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ପଣ୍ଡାଙ୍କ ରିପୋର୍ଟ
ଗାଁରେ ଦୀର୍ଘବର୍ଷ ହେବ ବେଆଇନ ଭାବେ ମଦ କୋଠି ଖୋଲି କିଛି ମଦ ବ୍ୟବସାୟୀ ଗାଁ ପରିବେଶ ନଷ୍ଟ କରୁଥିଲେ । ମଦ ପିଇ ଯୁବକ ଓ ଖଟିଖିଆ ପଥଭ୍ରଷ୍ଟ ହେବା ସହ ଘରେ ଘରେ ଅଶାନ୍ତି ସୃଷ୍ଟି ହେଉଥିଲା । ତେଣୁ ଗାଁରୁ ନିଶା ଦ୍ରବ୍ୟ ହଟାଇବାକୁ ମହିଳା ଏକଜୁଟ ହୋଇ ପ୍ରଥମେ ଗାଁରେ ବୈଠକ କଲେ, ପରେ କୋଟପାଡ଼ ଥାନାକୁ ଫେରାଦ ହେଲେ । କିନ୍ତୁ ସୁଫଳ ମିଳିଲା ନାହିଁ । ଅବକାରୀ ବିଭାଗ ଏବଂ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଶାଜନକ ସହଯୋଗ ମିଳିଲା ନାହିଁ ।
ବାଧ୍ୟ ହୋଇ ମହିଳାମାନେ କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ତଥା ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝିଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାର କରି ଗାଁ ମଝିରେ ଥିବା ସରକାରୀ ଲାଇସେନ୍ସପ୍ରାପ୍ତ ବିହାରୀ ମଦ ଦୋକାନରେ ପହଞ୍ଚି ଆଲୋଚନା ମାଧ୍ୟମରେ ତିନି ଦିନ ମଧ୍ୟରେ ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଘରେ ଘରେ ମଦ ବିକ୍ରି କରୁଥିବା ଲୋକଙ୍କ ଘରକୁ ଯାଇ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ତାଗିଦ କରିଥିଲେ । ପଞ୍ଚାୟତରେ ମଦ ବିକ୍ରି ବନ୍ଦ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଅଖ ଚକ ବନ୍ଦ ହେବ ବୋଲି ଚେତାବନୀ ଦେଇଛନ୍ତି ।
Thanks for reading: ନିଶା ବିରୋଧରେ ଠେଙ୍ଗା ଧରିଲେ ଶଶାହାଣ୍ଡି ମହିଳା, Sorry, my English is bad:)


