ବୋରିଗୁମ୍ମା୨୦/୯(କୋ,ସ): ବୋରିଗୁମ୍ମା ବାସୀଙ୍କ ଦୀର୍ଘ ଦିନ ର ଅପେକ୍ଷା ର ଅନ୍ତ ଘଟିଛି। ଶେଷରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୋରିଗୁମ୍ମା ରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆୟୁଷ ବେହେରା ଯୋଗଦାନ କରିଛନ୍ତି। ଡାକ୍ତର ଆୟୁଷ ବେହେରା ଜୟପୁର ନିବାସୀ ସ୍ୱର୍ଗତ ଏମ୍. ଆର୍. ବେହେରା ଙ୍କ ସୁପୁତ୍ର। ଦୀର୍ଘ ଦିନ ଧରି ବୋରିଗୁମ୍ମା ଅଞ୍ଚଳରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଙ୍କ ନିଯୁକ୍ତି ନେଇ ଜନସାଧାରଣ ଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିଲା। ଏହି ନିଯୁକ୍ତି ଫଳରେ ଅଞ୍ଚଳର ଶିଶୁ ରୋଗୀ ମାନଙ୍କୁ ଉନ୍ନତ ଚିକିତ୍ସା ସେବା ମିଳିବାର ଆଶା ସୃଷ୍ଟି ହୋଇଛି। ପ୍ରକାଶ ଥାଉକି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବୋରିଗୁମ୍ମା ରେ ପୂର୍ବରୁ ଜଣେ ଭେଷଜ ବିଶେଷଜ୍ଞ ଏବଂ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଦୀର୍ଘ ଦିନ ଧରି କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ଶିଶୁ ରୋଗ ବିଶେଷଜ୍ଞ ଙ୍କ ଯୋଗଦାନ ଦ୍ୱାରା ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଶେଷଜ୍ଞ ଚିକିତ୍ସା ସେବା ଆହୁରି ସୁଦୃଢ଼ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଖାଲି ପଡ଼ିଥିବା ବିଶେଷଜ୍ଞ ଡାକ୍ତର ପଦବୀ ଗୁଡ଼ିକ ପୂରଣ ନେଇ ଜୟପୁର ର ଲୋକପ୍ରିୟ ବିଧାୟକ ତାରା ପ୍ରସାଦ ବାହିନୀପତି ପୂର୍ବରୁ ଅନେକ ଥର ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଶିଶୁ ରୋଗ ବିଶେଷଜ୍ଞ ଙ୍କ ଏହି ଯୋଗଦାନ କୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
Thanks for reading: ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆୟୁଷ ବେହେରାଙ୍କ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦାନ, Sorry, my English is bad:)

