ମହିଳା ସୁରକ୍ଷା ନେଇ ରାୟଗଡ଼ରେ ବଡ଼ ତାଲିମ କାର୍ଯ୍ୟକ୍ରମ | ଯୌତୁକ ନିଷେଧ ଆଇନ ଓ ଘରୋଇ ହିଂସା ସୁରକ୍ଷା ଉପରେ ସଚେତନତା

Big training program held in Rayagada on women's safety | Awareness on Dowry Prohibition Act and Domestic Violence Protection Act


 

ରିପୋର୍ଟ- ନରୋତ୍ତମ ପାଢ଼ୀ ରାୟଗଡା ଜିଲ୍ଲା ପ୍ରତନିଧି 

ଯୌତୁକ ନିଷେଧ ଆଇନ ଏବଂ ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଆଇନ ସମ୍ପର୍କିତ ଏକଦିନିଆ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ରାରାୟଗଡ଼ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀ ରବୀନ୍ଦ୍ର ନାଥ କହଁର, OAS (SAG) ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ସାଧାରଣ), ରାୟଗଡ଼ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୌତୁକ ନିଷେଧ, ଘରୋଇ ହିଂସାର ପ୍ରତିରୋଧ, ପରିବାର ମଧ୍ୟରେ ମହିଳାମାନଙ୍କୁ ହିଂସାରୁ ସୁରକ୍ଷା ଏବଂ ଆବଶ୍ୟକ ସହାୟତା ଓ ଆଇନଗତ ପ୍ରତିକାର ପାଇଁ ଉପଲବ୍ଧ ବିଭିନ୍ନ ଅନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରିବା।


  ଶ୍ରୀ ରବୀନ୍ଦ୍ର ନାଥ କହଁର, OAS (SAG) ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ସାଧାରଣ ), ରାୟଗଡ଼, ରୁପାଲି ପାତ୍ର, ସହାୟକ ଜିଲ୍ଲାପାଳ, ରାୟଗଡ଼, ଡାଃ . ମମତା ସାହୁ, ADMO, DHH, ରାୟଗଡ଼, ଶ୍ରୀମତୀ ମିନତୀ ଦେଓ, DSWO, ରାୟଗଡ଼,ଶ୍ରୀମତୀ ସୁନିତା ବେହେରା ଇନ୍ସପେକ୍ଟର, IUCW,ଶ୍ରୀ ଆକାଶ ଗୁରୁ, କାଉନ୍ସେଲର, ପରିବାର ଅଦାଲତ,ଶ୍ରୀମତୀ ପ୍ରଣତି ପାତ୍ର, ବରିଷ୍ଠ ଓକିଲ ଓ ସଦସ୍ୟ, JJB – ସମ୍ବଳ ବ୍ୟକ୍ତି, ଶ୍ରୀ ରବିନାରାୟଣ ଶତପଥୀ, ବରିଷ୍ଠ ଓକିଲ – ସମ୍ବଳ ବ୍ୟକ୍ତି ଆଦି ଅତିଥି ମଞ୍ଚାସୀନ ଥିଲେ । 


ସ୍ୱାଗତ ଅଭିଭାଷଣରେ DSWO ଯୌତୁକ ନିଷେଧ ଆଇନ, ୧୯୬୧ ଏବଂ ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଆଇନ, ୨୦୦୫ ସମ୍ପର୍କରେ ସଚେତନତା ସୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଯୌତୁକ ପ୍ରଥା ଓ ଘରୋଇ ହିଂସାକୁ ରୋକିବା ସହିତ ମହିଳାମାନଙ୍କୁ ସମୟୋପଯୋଗୀ ସହାୟତା ଓ ସୁରକ୍ଷା ଯୋଗାଇବା ପାଇଁ ପ୍ରଶାସନ, ପୋଲିସ, ନ୍ୟାୟ ବ୍ୟବସ୍ଥା, ଆଇନଜୀବୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ।


ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ସାଧାରଣ), ରାୟଗଡ଼, ତାଙ୍କ ଅଭିଭାଷଣରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ବିଭାଗ ଓ ଅଂଶୀଦାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଯୌତୁକ ଏବଂ ଘରୋଇ ହିଂସାକୁ ରୋକିବା ପାଇଁ ସମସ୍ତ ସ୍ତରରେ ନିରନ୍ତର ସଚେତନତା ଏବଂ ସମନ୍ୱିତ ପଦକ୍ଷେପ ଆବଶ୍ୟକ। ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ସମୟୋପଯୋଗୀ ଆଇନଗତ ଏବଂ ଅନୁଷ୍ଠାନିକ ପ୍ରତିକାର ଯୋଗାଇଦେବା ପାଇଁ ସମସ୍ତ ଅଂଶୀଦାରଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ସେ ଆହୁରି କହିଥିଲେ ଯେ ସଚେତନତାମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ତୃଣମୂଳ ସ୍ତରକୁ ନେଇଯିବା ଆବଶ୍ୟକ, ଯାହାଦ୍ୱାରା ଆଇନର ବ୍ୟବସ୍ଥାଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏବଂ ସମାଜ ଯୌତୁକ ଓ ଘରୋଇ ହିଂସାର କୁପରିଣାମ ସମ୍ପର୍କରେ ଅଧିକ ସଚେତନ ହୋଇପାରିବ। ବରିଷ୍ଠ ଓକିଲ ଶ୍ରୀ ରବିନାରାୟଣ ଶତପଥୀ ଯୌତୁକ ନିଷେଧ ଆଇନ ଏବଂ, ବରିଷ୍ଠ ଓକିଲ ଓ ସଦସ୍ୟ, JJB ଶ୍ରୀମତୀ ପ୍ରଣତି ପାତ୍ର ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଆଇନ ଉପରେ ତାଲିମ ପ୍ରଦାନ କରିଥିଲେ । 


ଜିଲ୍ଲା ର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଲେଡୀ ସୁପରଭାଇଜାର, ମହିଳା ଡ଼େସ୍କ ର ପୁଲିସ ଅଧିକାରୀ, କଲେଜ ର ଅଧ୍ୟାପକ, କଲେଜ ଛାତ୍ରୀ , ନାରୀ ଅଦାଲତ ର ସଦସ୍ୟ, ସ୍ଵୟମ ସହାୟକ ଗୋଷ୍ଠୀ ର ସଦସ୍ୟ, ଶକ୍ତି ସଦନ ଓ ବନ ସ୍ଟପ ସେଂଟର୍ ର କର୍ମୀ , ବେସରକାରୀ ସଂସ୍ଥା , ଗଣମାଧ୍ୟମ କର୍ମୀ, ସଂକଳ୍ପ ହବର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶ୍ରୀ ଦିବାକର ପରିଚ୍ଛା , ଜିଲ୍ଲା ସଂଯୋଜକ , ସଂକଳ୍ପ ହବ , ରାୟଗଡା ଧାନ୍ୟବାଦ ଅର୍ପଣ କରିଥିଲେ ।

Thanks for reading: ମହିଳା ସୁରକ୍ଷା ନେଇ ରାୟଗଡ଼ରେ ବଡ଼ ତାଲିମ କାର୍ଯ୍ୟକ୍ରମ | ଯୌତୁକ ନିଷେଧ ଆଇନ ଓ ଘରୋଇ ହିଂସା ସୁରକ୍ଷା ଉପରେ ସଚେତନତା, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.