ମୁନିଗୁଡ଼ାରେ ପୁଣି ହାତୀ ଆତଙ୍କ, ମହିଳାଙ୍କ ମୃତ୍ୟୁ, ଜଣେ ଆହତ

Elephant Terror Again in Muniguda, Woman Killed, One Injured



 ମୁନିଗୁଡ଼ା / ରାୟଗଡ଼ା, ୨୧.୧୧.୨୦୨୬ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଏହି ଘଟଣା ମୁନିଗୁଡ଼ା ଅଞ୍ଚଳରେ ଚିନ୍ତା ବଢ଼ାଇ ଦେଇଛି।

ସୂଚନା ଅନୁଯାୟୀ, ରଘୁବାରି ପଞ୍ଚାୟତ ଅନ୍ତର୍ଗତ କାନ୍ତାମାଣି ଗ୍ରାମର ବାୟା ମାଝିଙ୍କ ସ୍ତ୍ରୀ ଗୁଟୁଲି ମାଝି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସନ୍ଧ୍ୟା ସମୟରେ ନିଜ ଜମିକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ଜଙ୍ଗଲୀ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା।

ହାତୀ ଆକ୍ରମଣରେ ଗୁଟୁଲି ମାଝିଙ୍କ ମୃତ୍ୟୁ ଘଟିଥିବା ବେଳେ ସାଙ୍ଗରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତ ବ୍ୟକ୍ତିଙ୍କ ଚିକିତ୍ସା ଏବଂ ଘଟଣାର ତଦନ୍ତ ଦିଗରେ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ତେବେ ମୁନିଗୁଡ଼ା ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଘଟଣା ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ କି ପଦକ୍ଷେପ ଗ୍ରହଣ କରୁଛି, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇଛି।

ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ରୋକିବା ସହ ନିରୀହ ଲୋକଙ୍କ ଜୀବନ ସୁରକ୍ଷିତ ରଖିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ରାୟଗଡ଼ା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀଙ୍କ ରିପୋର୍ଟ, କୋରାପୁଟ ସମାଚାର ଓଡ଼ିଶା

Thanks for reading: ମୁନିଗୁଡ଼ାରେ ପୁଣି ହାତୀ ଆତଙ୍କ, ମହିଳାଙ୍କ ମୃତ୍ୟୁ, ଜଣେ ଆହତ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.