ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ-ତଥା-ନିର୍ବାହୀ ଅଧିକାରୀ ସୁଶ୍ରୀ ମୃଣାଳିକା ରାଠୋଡ଼ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ, ରାୟଗଡ଼ ପୌରପରିଷଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ପରିଚାଳିତ ହେଉଛି।
ସହରର ମୁଖ୍ୟ ରାସ୍ତା, ରାସ୍ତାପାର୍ଶ୍ୱ, ଫୁଟପାଥ୍, ସର୍ବସାଧାରଣ ସ୍ଥାନ ଏବଂ ଓଭରବ୍ରିଜ୍ ତଳେ ଥିବା ସରକାରୀ ଜମିକୁ ବ୍ୟବସାୟିକ କାର୍ଯ୍ୟକଳାପ, ସାମଗ୍ରୀ ଗଚ୍ଛିତ ରଖିବା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବେଆଇନ ଭାବେ ଦଖଲ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ।
ଏହି ଅଞ୍ଚଳଗୁଡ଼ିକରେ ଜୋରଦାର ଅଭିଯାନ:
1. କପିଳାସ ଛକରୁ ରିଲାଏନ୍ସ ମାର୍ଟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା 2. ସାରକା ଛକରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା 3. ହସ୍ପିଟାଲ୍ ପାର୍ଶ୍ୱବର୍ତ୍ତୀ ରାସ୍ତା ଓ ଅଞ୍ଚଳ 4. ମୁଖ୍ୟ ବଜାରର ମଧ୍ୟଭାଗ ରାସ୍ତା ଓ ଓଭରବ୍ରିଜ୍ ତଳେ ଥିବା ସମସ୍ତ ସରକାରୀ ଖାଲି ସ୍ଥାନ 5. ସହରର ଅନ୍ୟାନ୍ୟ ସମସ୍ତ ପ୍ରମୁଖ ରାସ୍ତା, ଛକ ଓ ସର୍ବସାଧାରଣ ସ୍ଥାନ
ବିଶେଷ ଭାବେ ଓଭରବ୍ରିଜ୍ ତଳେ ଥିବା ଖାଲି ସରକାରୀ ସ୍ଥାନକୁ ଅନଧିକୃତ ଭାବେ ଦଖଲ କରି ରଖିଥିବା ବ୍ୟକ୍ତି, ଦୋକାନୀ ଓ ବ୍ୟବସାୟୀମାନଙ୍କୁ ତୁରନ୍ତ ସେହି ସ୍ଥାନ ଖାଲି କରିବା ସହ ନିଜ ନିଜର ସମସ୍ତ ସାମଗ୍ରୀ ଓ ଜିନିଷପତ୍ର ହଟାଇ ନେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଉଛି।
ପୌରପରିଷଦ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଉଛି ଯେ, ସରକାରୀ ଜମି, ରାସ୍ତାପାର୍ଶ୍ୱ, ଫୁଟପାଥ୍ ଏବଂ ଓଭରବ୍ରିଜ୍ ତଳେ କୌଣସି ପ୍ରକାରର ବେଆଇନ ଜବରଦଖଲ କିମ୍ବା ଅନଧିକୃତ ବ୍ୟବସାୟକୁ ଆଦୌ ବରଦାସ୍ତ କରାଯିବ ନାହିଁ। ନିର୍ଦ୍ଦେଶକୁ ଅବମାନନା କରି ଦଖଲ ଜାରି ରଖିଲେ କୌଣସି ପ୍ରକାର ରିହାତି ଦିଆଯିବ ନାହିଁ। ଜବରଦଖଲ ଉଚ୍ଛେଦ ସହିତ ପ୍ରଚଳିତ ନିୟମ ଅନୁଯାୟୀ ଭାରୀ ଜରିମାନା ଆଦାୟ ଏବଂ ଆବଶ୍ୟକୀୟ ଆଇନଗତ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଜମିର ସୁରକ୍ଷା, ରାସ୍ତା ଓ ଫୁଟପାଥ୍କୁ ଜବରଦଖଲମୁକ୍ତ କରିବା, ଯାତାୟାତକୁ ସୁଗମ କରିବା ଏବଂ ସହରରେ ଶୃଙ୍ଖଳିତ ପରିବେଶ ସୃଷ୍ଟି କରିବା।
ଅତଏବ, ସମସ୍ତ ଦୋକାନୀ, ବ୍ୟବସାୟୀ ଓ ସାଧାରଣ ଜନସାଧାରଣଙ୍କୁ ନିଜ ନିଜର ଅନଧିକୃତ ଜବରଦଖଲ ତୁରନ୍ତ ହଟାଇବା ଏବଂ ଭବିଷ୍ୟତରେ ସରକାରୀ ଜମି ଦଖଲ ନକରିବାକୁ ଦୃଢ଼ ଭାବରେ ଚେତାବନୀ ଦିଆଯାଉଛି। ପୌରପରିଷଦର ଏହି ଜନହିତକର ପଦକ୍ଷେପକୁ ସମସ୍ତେ ସହଯୋଗ କରନ୍ତୁ।
ସରକାରୀ ଜମି ଜବରଦଖଲକୁ ପ୍ରଶ୍ରୟ ନାହିଁ। ରାସ୍ତା ଓ ଫୁଟପାଥ୍ ଜନସାଧାରଣଙ୍କ ପାଇଁ, ବ୍ୟକ୍ତିଗତ ବ୍ୟବସାୟ ପାଇଁ ନୁହେଁ। ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଶ୍ଚିତ।
Thanks for reading: ରାୟଗଡ଼ରେ ସରକାରୀ ଜମି ଜବରଦଖଲ ବିରୋଧରେ କଠୋର ଏନଫୋର୍ସମେଣ୍ଟ ଅଭିଯାନ, Sorry, my English is bad:)


