ବିଶ୍ୱ ଜନଜାତିୟ ଦିବସ ତଥା ବିଶ୍ୱ ପିଏପି କାର୍ଯ୍ୟକ୍ରମ ପାଳିତ

"World Tribal Day and World PAP program "celebrated"





ବୋରିଗୁମ୍ମା/ନୂଆଗାଁ, ୧୫/୧୧: ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ସରକାରୀ (ଏସଏସଡି) ଉଚ୍ଚ ବାଳିକା ବିଦ୍ୟାଳୟ, ନୂଆଗାଁ ଠାରେ ବିଶ୍ୱ ଜନଜାତିୟ ଦିବସ ତଥା ପିଏପି (ପେରେଣ୍ଟସ୍ ଏଜ୍ ପାର୍ଟନର) କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରାୟ ସମସ୍ତ ଛାତ୍ରୀଙ୍କ ପିତା-ମାତା ଉପସ୍ଥିତ ଥିଲେ। ଜନଜାତି ଓ ଜାତି ବିଭାଗୀୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାରଙ୍କ ପ୍ରଦତ୍ତ ବିଭିନ୍ନ ଯୋଜନା, ସୁବିଧା, ପ୍ରୋତ୍ସାହନ ରାଶି ପ୍ରଦାନ ଏବଂ ଛାତ୍ରୀଙ୍କ ପାଠପଢା, ସୁରକ୍ଷା, ଭବିଷ୍ୟତ କାର୍ଯ୍ୟପନ୍ଥା ଇତ୍ୟାଦି ବିଷୟରେ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଏବଂ ସେମାନଙ୍କ ପିତାମାତାଙ୍କୁ ନେଇ ସଂଗୀତ ଚୌକି ଖେଳ କରାଯାଇ କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସରପଞ୍ଚ ପଦ୍ମା ମୁଦୁଲି, ଟଙ୍କଧର ଭୂମିଆ, ଲକ୍ଷଣ ହରିହର ଏବଂ ଚୈତନ୍ୟ ହରିଜନ ମଞ୍ଚାସୀନ ଥିଲେ।

ବରିଷ୍ଠ ଶିକ୍ଷକ ଏନ୍. ରାଜେଶ କୁମାର ଏବଂ ଭାସ୍କର ଚନ୍ଦ୍ର ଶତପଥି ସରକାରଙ୍କ ପ୍ରଦତ୍ତ ସୁବିଧା ସୁଯୋଗ, ସୁରକ୍ଷା ଏବଂ ପିଏପି କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରା ପ୍ରାରମ୍ଭିକ ସୂଚନା ଦେଇ ବିଦ୍ୟାଳୟର ପ୍ରୋଫାଇଲ ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ କରାଇଥିଲେ।

ମଞ୍ଚ ପରିଚାଳନା ରାଜେଶ ନାୟକ କରିଥିବା ବେଳେ ସୁଚିତ୍ରା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଭୋଜନ ପରେ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ରଶ୍ମିତା ପଣ୍ଡା, ସୁନିତା ବିଶ୍ୱାଳ, ଲକ୍ଷ୍ମୀ ବେହେରା, ବିଷ୍ଣୁ ଗଣ୍ଡ, ସୌରଭ ଜେନା, ଦିବ୍ୟ ଜ୍ୟୋତି ମଲ୍ଲିକ, କଳ୍ପତରୁ ହରିଜନ, ଶିବ ଶଙ୍କର ମିଶ୍ର, ଜେମା ହରିଜନ, ଏ. ଜୟାଲକ୍ଷ୍ମୀ, ରଶ୍ମିତା ସ୍ୱାଇଁ, ସୁବାଷ ଚନ୍ଦ୍ର ହରିଜନ, କୃପା ହରିଜନ, ଭୋଜ ଗୋବିନ୍ଦ ପାତ୍ର ସହ ସମସ୍ତ ରୋଷେୟା ସହଯୋଗ କରି ଏହି ବିଶ୍ୱ ଜନଜାତିୟ ଦିବସକୁ ସଫଳ ରୂପାୟନ କରିଥିଲେ।

 

Thanks for reading: ବିଶ୍ୱ ଜନଜାତିୟ ଦିବସ ତଥା ବିଶ୍ୱ ପିଏପି କାର୍ଯ୍ୟକ୍ରମ ପାଳିତ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.