ବେଥିଆପଡା ପଞ୍ଚାୟତକୁ ନେଇ ଏକାଧିକ ଅଭିଯୋଗ, ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର

ବେଥିଆପଡା ପଞ୍ଚାୟତକୁ ନେଇ ଏକାଧିକ ଅଭିଯୋଗ, ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର



 

ରାୟଗଡ଼ା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀଙ୍କ ରିପୋର୍ଟ,

ବିଷମ କଟକ, ୨୨/୦୯: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ବେଥିଆପଡା ଗ୍ରାମ ପଞ୍ଚାୟତକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକାଧିକ ଅଭିଯୋଗ ଉଠିଛି। ଆଜି ପ୍ରାୟ ଶହେ ଜଣ ଗ୍ରାମବାସୀ ବିଷମ କଟକ କଲେକ୍ଟର ଗ୍ରିଭାନ୍ସରେ ପହଞ୍ଚି ନିଜ ଅଭିଯୋଗ ଜଣାଇବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତରେ ଥିବା ଲ୍ୟାମ୍ପ ଘର ଏବଂ ତିନୋଟି ଭଡ଼ା ଘରକୁ ବିନା ସୂଚନାରେ ଭାଙ୍ଗି ଦିଆଯାଇଛି। ଲ୍ୟାମ୍ପ ଘରର ଝରକା, କବାଟ, ଟିଣପଟା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଲ୍ୟାମ୍ପ ଘର ନଥିବାରୁ ଚାଷୀମାନେ ସାର, ବିହନ ଓ କୃଷି ସାମଗ୍ରୀ ପାଇବାରେ ଅସୁବିଧା ଭୋଗୁଥିବା ଗ୍ରାମବାସୀ କହିଛନ୍ତି।


ଏହାସହ ପଞ୍ଚାୟତ ଅଧୀନରେ ଥିବା ପୋଖରୀ ଓ ବନ୍ଧକୁ ନେଇ ମଧ୍ୟ ଅଭିଯୋଗ ଉଠିଛି। ମଶାଣି ରାସ୍ତା ପାଇଁ ଆସିଥିବା ଅନୁଦାନରେ କଲୋନୀ ସାହି ରାସ୍ତା ନିର୍ମାଣ ହେଉଥିବା ଏବଂ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।


ଗ୍ରାମବାସୀଙ୍କ କହିବା ଅନୁସାରେ, ଅଭିଯୋଗ ଉପରେ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଗ୍ରାମବାସୀଙ୍କ ପକ୍ଷରୁ ଆସିଥିବା ଏହି ସମସ୍ତ ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏବେ ପ୍ରଶାସନର ତଦନ୍ତ ରିପୋର୍ଟ ଏବଂ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।


ଏହି ଅବସରରେ ପୂର୍ବତନ ସରପଞ୍ଚ ଶ୍ରୀ ବରକା କାଡ୍ରାକା, ନରୁନୁ ହୁଇ କା, ବିନୋଦ କଣ୍ଡା ଗିରି, ଭୂଷଣ ବଛା, ଦାସ ହୁଇ କା, ପୂର୍ଣ୍ଣଚନ୍ଦ୍ର ବରା, ଭାଷ୍କର ଚୌଧୁରୀ, ବିନଡ ସେନାପତି, ପ୍ରଦୀପ ରତାନଲ, ସତୁନୁ କଣ୍ଡା ଗିରି, ନବୀନ ମଣ୍ଡାଙ୍ଗି, ଜୟନ୍ତୀ ବିଦିକା, ସାବିତ୍ରୀ ପ୍ରଧାନୀ ଓ ଗ୍ରାମର ଶତାଧିକ ଲୋକ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Thanks for reading: ବେଥିଆପଡା ପଞ୍ଚାୟତକୁ ନେଇ ଏକାଧିକ ଅଭିଯୋଗ, ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.