ରିପୋର୍ଟର ନରୋତ୍ତମ ପାଢ଼ୀ
ମୁନିଗୁଡା - ମୁନିଗୁଡା ବ୍ଲକ ଅଧୀନ ଅମ୍ବାଦୋଲା ସରକାରୀ (ଏସ୍.ଏସ୍.ଡି) ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୋଲା ବାମନ ମୂର୍ତ୍ତି ଏବଂ ଧନ୍ଦାମୂଳକ ଶିକ୍ଷକ ଦେବବ୍ରତ ରାଉତଙ୍କ ମଧ୍ୟରେ ବିବାଦକୁ ନେଇ ଶିଶୁ ଦିବସ ପରି ପବିତ୍ର ଦିନରେ ଏକ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେଉଁଥିରେ ଶ୍ରୀ ରାଉତଙ୍କ ବିରୋଧରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ, ପାଠ ପଢାରେ ଅବହେଳା, ସମୟାନୁବର୍ତ୍ତିତା ନ ମାନିବା ଏବଂ ପ୍ରଧାନଶିକ୍ଷକଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ ଆସିବା ପରେ ବାରମ୍ବାର ମୌଖିକ ବୁଝାସୁଝା ସତ୍ତ୍ୱେ ସୁଧାର ନ ଆସିବାରୁ ପ୍ରଧାନଶିକ୍ଷକ ତାଙ୍କ ସଂସ୍ଥାର ଭିସି ସହ ଆଲୋଚନା କରି ଗତ ୧୧ ତାରିଖରେ କାର୍ଯ୍ୟାଳୟ ଆଦେଶ (ନଂ.୩୬୧/୨୦୨୬) ଜାରି କରି ଶ୍ରୀ ରାଉତଙ୍କୁ ତୁରନ୍ତ ପ୍ରଭାବରୁ ପ୍ରତ୍ୟାହାର କରି ସମ୍ପୃକ୍ତ ଭିଟିପି କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେବା ସହ ଧନ୍ଦାମୂଳକ ଶିକ୍ଷା କ୍ଷତିଗ୍ରସ୍ତ ନ ହେବା ପାଇଁ ଅନ୍ୟ ଜଣେ ଯୋଗ୍ୟ ତାଲିମ ନିଯୁକ୍ତି ପାଇଁ ଅନୁରୋଧ କରିଥିଲେ, କିନ୍ତୁ ଅଭିଯୋଗ ଅନୁଯାୟୀ ସେହିଦିନ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଶ୍ରୀ ରାଉତ ନିଜ ବ୍ୟକ୍ତିଗତ ଲାଭ ପାଇଁ କିଛି ହଷ୍ଟେଲ ଓ ଡେ-ସ୍କଲାର କୋମଳମତି ପିଲାଙ୍କୁ ନେଇ ବିଦ୍ୟାଳୟ ସମ୍ମୁଖ ରାସ୍ତା କଡରେ ଧାରଣାରେ ବସାଇବାରୁ ଯେଉଁ ପିଲା ହସ ଖୁସିରେ ଶିଶୁ ଦିବସ ପାଳନ କରିବା କଥା ସେମାନେ ନିର୍ଘାତ ଖରାରେ ଭୋକ ଉପାସରେ ବସି ଯନ୍ତ୍ରଣା ପାଇବା ସହ ମନରେ ଭୟ ଓ ଚାପ ବଢିଥିଲା, ଯାହାକୁ ନେଇ ଅଭିଭାବକ ଓ ସଚେତନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବିଭିନ୍ନ ସମୟରେ ଧାରଣା, ପ୍ରତିବାଦରେ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ବ୍ୟବହାର କରାଯାଇ କିଛି ଗୋଷ୍ଠୀ ଏହାକୁ ପ୍ରୋତ୍ସାହନ ଦେଉଥିବା ଚର୍ଚ୍ଚା ହେଉଥିବା ବେଳେ ଏ ସମ୍ପର୍କରେ ପଚାରିବାରୁ ଶ୍ରୀ ରାଉତ ପ୍ରଧାନଶିକ୍ଷକ ବ୍ୟକ୍ତିଗତ ଆକ୍ରୋଶ ରଖିଛନ୍ତି ବୋଲି କହିଥିଲେ, ଅନ୍ୟପକ୍ଷରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବି କୁମ୍ଭରୁକା ପିଲାଙ୍କୁ ଏଭଳି ରାସ୍ତା ଘାଟରେ ବସାଇବା କଷ୍ଟସାଧ୍ୟ ବୋଲି କହି ଅସୁବିଧା ଥିଲେ ଅଧିକାରୀଙ୍କୁ ଜଣାଇବା କଥା ବୋଲି ମତ ଦେଇ ଆସନ୍ତା ୩ ମାସ ମଧ୍ୟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଥାଇ ଏପରି ମାନସିକ ଚାପରେ ପିଲା କିପରି ସଫଳ ହେବେ ଏବଂ ଆଦିବାସୀ ପିଲାଙ୍କ ଭବିଷ୍ୟତ କଣ ଏତେ ଶସ୍ତା ବୋଲି କ୍ଷୋଭ ପ୍ରକାଶ କରିଥିବା ବେଳେ ପ୍ରଧାନଶିକ୍ଷକଙ୍କ ଦୃଢ଼ ଆଭିମୁଖ୍ୟକୁ ପରିଚାଳନା କମିଟି ଓ ଅଭିଭାବକମାନେ ସ୍ୱାଗତ କରିଥିଲେ ଏବଂ ପ୍ରଧାନଶିକ୍ଷକ ବିଦ୍ୟାଳୟ ରାଜନୀତିର ମଞ୍ଚ ନୁହେଁ, ଏହା ପିଲାଙ୍କ ମନ୍ଦିର, ପିଲାଙ୍କ ପାଠ ପଢା, ଶୃଙ୍ଖଳା ଓ ସୁରକ୍ଷା ହିଁ ମୋର ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ପଚାରିବାରୁ ଶିକ୍ଷକଙ୍କ ନାଁରେ ଅନେକ ଅଭିଯୋଗ ଆସିଛି, ବାରମ୍ବାର ତାଗିଦ ସତ୍ତ୍ୱେ ପିଲାଙ୍କୁ ମତାଇ ଏପରି କାର୍ଯ୍ୟ କରୁଛନ୍ତି, ସେ କୌଣସି ସରକାରୀ ଶିକ୍ଷକ ନୁହଁନ୍ତି, ଏକ ଘରୋଇ ସଂସ୍ଥା ଦ୍ୱାରା ନିୟୋଜିତ, ତାଙ୍କ ଅନିୟମିତତା ଓ ଦୁର୍ବ୍ୟବହାର ଘଟଣା ମୋର ଜଣାତରେ ଅଛି ବୋଲି ମତ ଦେଇଥିଲେ ଏବଂ ଶେଷରେ ଅମ୍ବାଦୋଲା ଆଇଆଇସି ପ୍ରଶାନ୍ତ କୁମାର ସେଠି ଘଟଣାସ୍ଥଳରେ ପହଞ୍ଚି ଉଭୟ ଶିକ୍ଷକଙ୍କୁ ନେଇ ପିଲାମାନଙ୍କୁ ବୁଝାସୁଝା କରିବା ପରେ ପିଲାମାନେ ଧାରଣାରୁ ଉଠିଥିଲେ।
Thanks for reading: ଗୁରୁ-ଗୁରୁ କଳି, ଶିଷ୍ୟଙ୍କୁ ଦଣ୍ଡ: ନିର୍ଘାତ ଖରାରେ ଉପାସରେ ରହିଲେ ଛାତ୍ରଛାତ୍ରୀ, Sorry, my English is bad:)


